ଓଡିଶା

ଜଣେ ଯାତ୍ରୀଙ୍କୁ ବସରୁ ବାହାରକୁ ଠେଲିଦେଲେ ବସ କର୍ମଚାରୀ

ଭୁବନେଶ୍ୱର: ମୋ ବସ କର୍ମଚାରୀଙ୍କ ଦାଦାଗିରି । ମୋ ବସ କର୍ମଚାରୀ ବସରୁ ଜଣେ ଯାତ୍ରୀଙ୍କୁ ବାହାରକୁ ଠେଲିଦେବାରୁ ଯାତ୍ରୀ ଆହତ, ତାଙ୍କ ଗୋଡ ଭାଙ୍ଗିଯାଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ଓ ଏହାର ତଦନ୍ତ ଚାଲିଛି ବୋଲି ମୋ ବସ କର୍ତ୍ତୃପକ୍ଷ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।
ଜଣେ ବ୍ୟକ୍ତି ମୋ ବସରେ ଶ୍ରୀୟା ଛକରୁ ହଂସପାଳ ଯାତ୍ରା କରୁଥିଲେ । ବସର କଣ୍ଡକ୍ଟର ତାଙ୍କର ଗନ୍ତବ୍ୟସ୍ଥଳ ମାଷ୍ଟର କ୍ୟାଣ୍ଟିନରୁ ହଂସପାଳ ଟିକେଟ କାଟିଥିଲେ । ଯାତ୍ରୀ ବସରୁ ଓହ୍ଲାଇବା ସମୟରେ ଅଧିକ ଭଡାକୁ ନେଇ ହଂସପାଳ ନିକଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ କଣ୍ଡକ୍ଟର ଯାତ୍ରୀଙ୍କୁ ତଳକୁ ପେଲିଦେଇଥିଲେ । ଯାତ୍ରୀ ତଳେ ପଡିଯାଇଥିଲେ । ଏଥିରେ ତାଙ୍କ ଗୋଡ ଭାଙ୍ଗିଯାଇଛି । ବସ କର୍ମଚାରୀଙ୍କ ଏପରି ବ୍ୟବହାରକୁ ନେଇ ପୁଲିସରେ ଯାତ୍ରୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମୋସ ବସ ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରି କୁହାଯାଇଛି କି ଘଟଣାର ତଦନ୍ତ ଚାଲିଛି ଓ ଉକ୍ତ କର୍ମଚାରୀଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଚାକିରିରୁ ବାହାର କରି ଦିଆଯାଇଛି ।

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

mahabharatanews

ରାମ ମନ୍ଦିର ଶିଳାନ୍ୟାସ ପରେ ଶେରଗଡରେ ବଜରଙ୍ଗ ଦଳ ତରଫରୁ ପୁଜାର୍ଚ୍ଚନା

mahabharatanews

ଲାଞ୍ଜିଗଡ଼ରେ ମହାସମାରୋହରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

mahabharatanews