Uncategorized

ଜାପାନରେ ଭୂକମ୍ପ, ତୀବ୍ରତା ୫.୯ ରେକର୍ଡ

(ଜାପାନ): ଜାପାନର ଇଶିକାୱାରେ ସୋମବାର ସକାଳେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁଯାୟୀ ସୋମବାର ସକାଳ ୬ଟା ୩୧ ରେ ଏହି ଭୂକମ୍ପ ଘଟିଛି। ରିପୋର୍ଟ ହୋଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଥିଲା। ଲଗାତାର ଦୁଇଥର ଭୂକମ୍ପ ଘଟିଛି।

ସୂଚନାନୁଯାୟୀ , ମାତ୍ର ୫ ମିନିଟ୍ ପରେ ୬ଟା ୩୬ରେ ୪.୮ ତୀବ୍ରତାଯୁକ୍ତ ଭୂକମ୍ପ ଘଟିଥିଲା। ବିଲ୍ଡିଂଗୁଡିକ ଥରୁଥିବାର ଲୋକମାନେ ଦେଖିଲେ, ଯାହାର ଭିଡିଓ ଏବେ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭୂକମ୍ପ ଯୋଗୁ ସମଗ୍ର ପ୍ରଦେଶରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା। ଫଳରେ ବୁଲେଟ୍ ଟ୍ରେନର ଚକ ଅଟକି ଯାଇଥିଲା। ଗଲା। ଯଦିଓ ଭୂକମ୍ପ ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆରସୃଷ୍ଟି ହୋଇଥିଲା‌। କିନ୍ତୁ ସୁନାମି ବିଷୟରେ କୌଣସି ସତର୍କ ସୂଚନା ନାହିଁ। ସମୁଦ୍ର କୂଳରୁ ଦୂରେଇ ଯିବାକୁ ଏକ ଆବେଦନ କରାଯାଇଛି।

 

Related posts

ପରଲୋକରେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ

mahabharatanews

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ଆଜି ରାଜ୍ୟର ୪ ନବନିର୍ବାଚିତ ସାଂସଦ ନେଲେ ଶପଥ 

mahabharatanews