ମନୋରଞ୍ଜନ

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୩ ବର୍ଷ ବୟସ୍କ

(ମୁମ୍ବାଇ) : କମେଡି ସୋ ଦେଖି ଲୋକମାନେ ହସି ନିଜ ମନକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତି। କିଛି ସମୟ ହସିବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ କିନ୍ତୁ ଏକ କମେଡି ସୋ ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କ ପାଇଁ ହସିବା ମହଙ୍ଗା ପଡିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ପରେ ଡାକ୍ତର ଏହା ପଛର କାରଣ ମଧ୍ୟ ବୁଝାଇଛନ୍ତି। ଏହି ମାମଲା ହାଇଦ୍ରାବାଦରୁ ଆସିଛି, ଯେଉଁଠାରେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ଚା ’ପିଇବା ସମୟରେ ଟିଭିରେ ଏକ କମେଡି ସୋ’ ଦେଖୁଥିଲେ ।

ସୂଚନାନୁଯାୟୀ , କମେଡି ସୋ’ ଦେଖିବା ପରେ ସେ ହସିବାକୁ ଲାଗିଥିଲେ। କିଛି ମିନିଟ୍ ହସିବା ପରେ ସେ ଚେତା ହରାଇଥିଲେ। ଏହା ପରେ ପରିବାର ସଦସ୍ୟ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଡାକ୍ତର ସୁଧୀର କୁମାର କହିଛନ୍ତି ଯେ ଏହା ଏକ ବିରଳ ଘଟଣା। ସେ କହିଛନ୍ତି ଯେ ବ୍ୟକ୍ତି ଜଣକ ସନ୍ଧ୍ୟାରେ ତାଙ୍କ ପରିବାର ସହିତ ଚା’ପିଉଥିଲେ ଏବଂ ଟିଭିରେ ଏକ କମେଡି ସୋ’ ଦେଖୁଥିଲେ। ହସି ହସି ହଠାତ୍ ତାଙ୍କ ହାତରୁ ଚା’କପ୍ ତଳେ ପଡ଼ିଯାଇଥିଲା। କିଛି ସମୟ ପରେ ତାଙ୍କ ଶରୀର ଗୋଟିଏ ପାର୍ଶ୍ୱକୁ ଢଲିପଡ଼ିଥିଲା। ସେ ବସିଥିବା ଚେୟାରରୁ ତଳେ ପଡିଯାଇଥିଲା।

 

 

Related posts

ଭଗବାନ ରାମଙ୍କ ପରେ  ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ

mahabharatanews

ଭାଇରାଲ ହେଲା ପରି -ରାଘବଙ୍କ ବିବାହ ପରର ପ୍ରଥମ ଫୋଟୋ

mahabharatanews

କମାଲ କରୁଛି ‘ଆର୍ଟିକିଲ ୩୭୦’

mahabharatanews