ଓଡିଶା

ଦୁଇ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ବର:  ଜୁନ ୧୦ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ଛୁଇଁବ ଓଡ଼ିଶା। ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ଛୁଇଁବା ନେଇ ସମ୍ଭାବନା ଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଏନେଇ ପାଗ ଅନୁକୁଳ ଥିବା ସେ କହିଛନ୍ତି । ମୌସୁମୀ ଛୁଇଁବା ପୂର୍ବରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେବ।  ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ହେବ।

Related posts

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

mahabharatanews

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

mahabharatanews

ଟିପିଏସଏଲ କାରଖାନା ବିସ୍ଫୋରଣ ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ

mahabharatanews