ଭୁବନେଶ୍ୱର: ଟ୍ୱିନ ସିଟି ହେବ ଟ୍ରିପଲ ସିଟି । ଦ୍ୱୈତ ନଗରୀ କଟକ- ଭୁବନେଶ୍ୱର ସହ ଯୋଡି ହେବ ପୁରୀ । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ଟ୍ରିପଲ ସିଟି ହେବା ଦ୍ୱାରା ବଢ଼ିବ ସହରର ଆକାର । ଗମନାଗମନ ସୁବିଧା ସହ ଅର୍ଥର୍ନୈତିକ ଅଭିବୃଦ୍ଧି ମଧ୍ୟ ହେବ । ଟ୍ୱିନ ସିଟି ସହ ପୁରୀ ଯୋଡି ହେଲେ ଏହା ଏକ ସହର ହେବ ଯାହା ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କରିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନୂଆ ପରିକଳ୍ପନା ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ବୈଠକରେ ସହ ଗୁଡ଼ିକର ସ୍ୱଚ୍ଛତା ଓ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ନ୍ତି ।
previous post