ଓଡିଶାପାଣିପାଗ

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଲ ଉପରେ ୪ଫୁଟ ପାଣି

ମାଲକାନଗିରି: ଲଗାଣ ବର୍ଷାରେ ସ୍ଥିତି ବେହାଲ । ବୁଡିଗଲା ପୋଲ।  ବିଚ୍ଛିନ୍ନ ହୋଇଗଲା ଯୋଗାଯୋଗ । ଲଘୁଚାପ ଜନିତ ବର୍ଷା ପାଇଁ ମାଲାକାନଗିରିରେ ସ୍ଥିତି ବେହଲ । କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୪ ଫୁଟ୍‌ ପାଣି। କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ। ଏମ୍‌ଭି ୯୦ ଓ ଏମ୍‌ଭି-୯୬ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହୋଇଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାଇପାରୁନି ଗାଡ଼ିମୋଟର। ପୋଲର ଦୁଇ ପାଶ୍ବରେ ଅଟକି ରହିଛି ଗାଡ଼ି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ଦିନ ବେଳା କାଲିମେଳା ଅଂଚଳରେ ୮୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଗୁରୁବାର ରାତିଠାରୁ ଏହି ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ୩ଟି ସ୍ଥାନରେ ଥିବା ତଳୁଆ ପୋଲ ଗୁଡ଼ିକ ବୁଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଏମଭି-୯୦ ଓ କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏହିସବୁ ପୋଲ ଉପରେ ପ୍ରାୟ ୩ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। ଫଳରେ ମାଲକାନଗିରି ଜିଲ୍ଲା ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଥିଲା।

Related posts

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews

ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ 

mahabharatanews