ଓଡିଶାରାଜନୀତି

ବସିଲା ସର୍ବଦଳୀୟ ବୈଠକ: ନିମନ୍ତ୍ରଣ ସତ୍ବେ ଯୋଗ ଦେଲନି ନବୀନ ପଟ୍ଟନାୟକ, ଅନୁପସ୍ଥିତ ରହିଲା କଂଗ୍ରେସ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ସେହିପରି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ନବୀନ ସର୍ବଦଳୀୟ ବୈଠକରେ ଯୋଗ ଦେଇନଥିଲେ। ସେହିଭଳି ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ଦଳରୁ କେହି ଯୋଗ ଦେଇନଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବୈଠକରେ କଂଗ୍ରେସ ଏବଂ ସିପିଏମର ନେତା ସାମିଲ ହୋଇନାହାନ୍ତି। ସେ କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଦଳର ବିଧାୟକ ଦଳ ନେତା ସ୍ଥିର ହୋଇପାରିନଥିବାରୁ କେହି ବୈଠକରେ ସାମିଲ ହୋଇନାହାନ୍ତି । ସେହିପରି ବାମପନ୍ଥୀ ନେତା ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ସେ ଫୋନ୍ କରିଥିଲେ ବୋଲି କହିଛନ୍ତି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଇତିହାସରେ ଏପରି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଦଳର ନେତା ଘୋଷଣା ହୋଇପାରିନଥିବାରୁ ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିଲା କଂଗ୍ରେସ।

Related posts

ସଡକ ଦୂର୍ଘଟଣାରେ ନୃତ୍ୟ ଶିକ୍ଷକଙ୍କ ମୃତ୍ୟୁ

mahabharatanews

ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ

mahabharatanews

ପୁତୁରାର ଶାବଳ ମାଡରେ ଟଳିପଡିଲେ ବଡ ବାପା ଓ ମାଆ

mahabharatanews