ଓଡିଶାରାଜନୀତି

ବଜେଟ୍କୁ ନେଇ ବିଜେଡିର କଡ଼ା ସମାଲୋଚନା…

ଭୁବନେଶ୍ବର: ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍କୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି ରାଜ୍ୟରୁ କୋଡିଏ ସାଂସଦ ନେଲେ, ଡବଲ ଇଞ୍ଜିନ ସରକାର କଲେ ଓଡ଼ିଶାକୁ ଦେବା ସମୟ ଆସିଲା ବଳକୁ ଡବଲ ଜିରୋ ଦେଲେ । ଓଡ଼ିଶା ବାଦ ଦେଇଥିଲେ କେନ୍ଦ୍ରରେ ବିଜେପି ସରକାର କରିପାରି ନଥାନ୍ତା ବିଜେପି | ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗନ୍ନାଥଙ୍କ ନାଁରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ହେଲେ ବିହାର ଓ ଆନ୍ଧ୍ର ପାଇଁ ସ୍ପେଶାଲ ପ୍ୟାକେଜ ଦିଆଗଲା କିନ୍ତୁ ଓଡ଼ିଶାକୁ ଦିଆଗଲା ନାହିଁ | ୨୦ ସାଂସଦ ନେଲେ ଡବଲ ଇଞ୍ଜିନ ସରକାର କଲେ ହେଲେ ଓଡ଼ିଶା କୁ ଡବଲ ଜିରୋ ଦେଲେ | ଏଥିରୁ ବିଜେପିର ମନୋଭାବ ଜଣାପଡୁଛି ଓଡ଼ିଶା ପ୍ରତି କଣ ରହିଛି ଆନ୍ତରିକତା ।

Related posts

ଅଗଷ୍ଟ ୨୧ରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ

mahabharatanews

ଦୁର୍ନୀତି ନିବାରଣ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କୁ ଜେରା

mahabharatanews

ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା

mahabharatanews