ଅପରାଧଓଡିଶା

ସାମ୍ବାଦିକା ମଧୁସ୍ମିତା ମୃତ୍ୟୁ ମାମଲା: ସ୍ୱାମୀ ଶ୍ରୀଧର ଜେନା ଗିରଫ

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଧଉଳି ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ।

ମୃତ୍ୟୁ ପୂର୍ବରୁ ସଂପୃକ୍ତ ସାମ୍ବାଦିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି ।

ଦୁଇ ଦିନ ତଳେ ଫିନାଇଲ୍ ପି’ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧୁମିତା। ତେଣୁ ଯୋଜନାବଦ୍ଧ ଭାବେ ଗତକାଲି ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଓ ଭଉଣୀ ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା ।

Related posts

କମିଟି ଆଧାରରେ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଘାଇ ପାଣିରେ ଲୀନ ହେବାକୁ ଯାଉଛି ସ୍କୁଲ

mahabharatanews

୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

mahabharatanews