ଓଡିଶାରାଜନୀତି

ଶୂନ୍ୟକାଳରେ ତାତିଲେ ତାରା, ବାଚସ୍ପତିଙ୍କ ମାଇକ୍‌ ଟାଣିଲେ

ଶୂନ୍ୟକାଳରେ ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା । ଗୁରୁବାର ବିଧାନସଭାରେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ଗୃହରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ବିରୋଧୀ ବିଧାୟକଙ୍କ ଦେଖି ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।

ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯିବା ଆବଶ୍ୟକ । କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ବିଧାୟକ ତାରା ବାହିନୀପତି ଟାଣି ଦେଇଥିଲ । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ୪ଟା ଯାଏ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ରଖିଥିଲେ ।

ସେହିପରି ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସେ ଅଭିଯୋଗ କରିଥିଲେ ।

ତେବେ ପୂର୍ବରୁ ମଧ୍ୟ ତିନି ଦିନ ହେଲା ଗୃହରେ ସେହି ସମାନ ପରିସ୍ଥିତି । ବିରୋଧୀଙ୍କ ବିରୋଧ ଯୋଗୁଁ ଚାଲିପାରୁନାହିଁ ଗୃହ । ତେବେ ଗୃହ ନଚାଲିବା ଯୋଗୁଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଉପାରୁନାହିଁ ।

Related posts

ଏଣିକି କାଠ ଚେୟାରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ 

mahabharatanews

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

mahabharatanews

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews