ଓଡିଶାଦୁର୍ଘଟଣା

ନଦୀରେ ଭାସିଗଲେ ଗର୍ଭବତୀ ମା’ ସହ ଝିଅ !

କୋରାପୁଟ: ଶୌଚ ହେବାକୁ ଯାଇଥିବା ବେଳେ ଝଞ୍ଜାବତୀ ନଦୀରେ ଭାସିଗଲେ ୬ ବର୍ଷର ଝିଅ ସହ ୮ ମାସର ଗର୍ଭବତୀ ମାଆ । ମହିଳା ଜଣକ ପ୍ରସବ ପାଇଁ ମେଡ଼ିକାଲ୍‌ ଆସି ଗତ ଦୁଇ ଦିନ ହେଲା ମାଆ ଗୃହରେ ରହିଥିଲେ। ଗତକାଲି ସନ୍ଧ୍ୟାରେ ସ୍ବାମୀଙ୍କୁ ନକହି ଶୌଚ ପାଇଁ ଯାଇଥିବା ବେଳେ ଘଟିଯାଇଛିଏହି ଅଘଟଣା । କୋରାପୁଟ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା ।

ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ରାମ ତାଡିଂଙ୍କ ପତ୍ନୀ ହେଉଛନ୍ତି ମତି ତାଡିଂ। ତାଙ୍କର ୬ ବର୍ଷର ଝିଅଟିଏ ଅଛି। ଏବେ ସେ ୮ ମାସର ଗର୍ଭବତୀ। ଅଗଷ୍ଟ ୧୮ ତାରିଖରେ ପ୍ରସବ ପାଇଁ ଡାକ୍ତର ଡେଟ୍‌ ଦେଇଥିଲେ। ତେବେ ଗୁରୁବାର ମତି ପ୍ରସବ ବେଦନା ପାଇଥିଲେ। ତେଣୁ ତାଙ୍କ ସ୍ୱାମୀ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଡେଟ୍‌ ହୋଇନଥିବା କହିଥିଲେ ଡାକ୍ତର। ତେଣୁ ସେ ନାରାୟଣପାଟଣା ଉପକଣ୍ଠରେ ନିର୍ମାଣ ହୋଇଥିବା ମାଆ ଗୃହରେ ରହିଥିଲେ। ମତି ତାଡିଂ ଙ୍କ ପାଖରେ ତାଙ୍କ ସ୍ୱାମୀ ଓ ୬ ବର୍ଷର ଝିଅ ଥିଲେ। ଆଜି ସନ୍ଧ୍ୟାରେ ସ୍ୱାମୀଙ୍କୁ ନକହି ମତି ତାଡିଂ ଓ ତାଙ୍କ ଝିଅ ମାଆ ଗୃହଠାରୁ ୧୦୦ ମିଟର ଦୂରରେ ଥିବା ଝାଞ୍ଜାବତୀ ନଦୀ ପଠାକୁ ଶୈଚ ପାଇଁ ଯାଇଥିଲେ। ଅଭିଯୋଗ ଅନୁସାରେ ମତିଙ୍କ ଝିଅ ନଦୀ ପାଣିରେ ଶୈଚ ବେଳେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ମତି ଭାସି ଯାଇଥିବା ସନ୍ଦେହ କରାଯାଉଛ ।

Related posts

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୬୨୫କୁ ବୃଦ୍ଧି

mahabharatanews

୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

mahabharatanews