ଓଡିଶାପାଣିପାଗ

ସାବଧାନ! ଆଜି ଖୋଲିବ ହୀରାକୁଦର ୨୦ ଗେଟ୍

ସମ୍ବଲପୁର: ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ ଜଳ। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ଟି ଗେଟ୍‌ । ପ୍ରଥମେ ସକାଳ ୯ଟାରେ  ୭ଟି ଗେଟ୍ ଖୋଲିବ  । ୧୨ଟା ପରେ ଆଉ ୭ଟି ଗେଟ୍‌ ଖୋଲିବ, ଅପରାହ୍ନ ୨ଟା ପରେ ଆଉ ୬ଟି ଗେଟ୍‌ ଖୋଲିବା ନେଇ ସୂଚନା ଦିଆଯାଇଛି । କାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍‌ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍‌ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟ୍‌ ଜଳ ନିଷ୍କାସନ ।

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ତା’ ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ୍ ଖୋଲିବ । ଗେଟ୍ ଖୋଲା ପୂର୍ବରୁ ‘ଗତ ୨ ଦିନ ହେଲା ପ୍ରଚାର ଗାଡି ଜରିଆରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡ୍ୟାମରୁ ବନ୍ୟା ଜଳ  ନିଷ୍କାସନ ସମୟରେ କେହି ମହାନଦୀ ମଧ୍ୟକୁ ଶୌଚକର୍ମ ପାଇଁ ନ ଯିବାକୁ ଓ ଗୃହ ପାଳିତ ପଶୁମାନଙ୍କୁ ନ ଛାଡିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।

Related posts

 ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି

mahabharatanews

୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ  ଟ୍ୱିନ ସିଟିବାସୀ 

mahabharatanews

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews