ଓଡିଶାଦୁର୍ଘଟଣା

କାଉଡିଆଙ୍କ ଉପରେ ମାଡ଼ିଗଲା କାର

କଟକ: ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଏକ ପିକ୍ଅପ ଯୋଗେ ବାବୁଜଙ୍ଗରୁ ପାଣି ଉଠାଇ ୩୭ଜଣିଆ କାଉଡ଼ିଆ ଭକ୍ତ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ। ଏହି ସମୟରେ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା କାଉଡିଆ ଜଣଙ୍କ ହେଉଛନ୍ତି ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା। ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ଅଟକ ରଖି ନିଶ୍ଚିନ୍ତ କୋଇଲି ପୋଲିସ ତଦନ୍ତ କରୁଛି ।

Related posts

ଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି

mahabharatanews

mahabharatanews

ଓଡିଶାରେ ବ୍ୟୁରୋକ୍ରାଟିକ୍ ଶାସନର ବାସ୍ତବତା

mahabharatanews