ଓଡିଶା

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

ସୁନ୍ଦରଗଡ: ସୁନ୍ଦରଗଡ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁରେଇବଗା ଗାଁରେ ହାତୀ ଆତଙ୍କ । ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ଦନ୍ତା ହାତୀ । ହାତୀ ଘଉଡ଼ାଇବାକୁ ନୟାନ୍ତ ହେଲାଣି ବନବିଭାଗ । ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଜଙ୍ଗଲି ହାତୀ ବାମରା ଫରେଷ୍ଟ ରେଞ୍ଜରୁ ଆସି ଏହି ଗାଁରେ ଆତଙ୍କ ସୃଷ୍ଟି କରିଛି । ଗାଁ ଭିତରକୁ ଗୋଟିକିଆ ଦନ୍ତା ପଶି ଆସି ଫସଲ ନଷ୍ଟ କରିବା ସହିତ, ୨ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଏହା ସହିତ ଲୋକଙ୍କୁ ଗୋଡାଉଛି। ହାତୀ ଗାଁକୁ ପଶି ଆସିବା ପରେ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି। ରାତି ତମାମ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିବା ବେଳେ ସକ୍ଷମ ହୋଇପାରିନାହିଁ ।

Related posts

ରାଜଧାନୀରେ ଡେଙ୍ଗୁ ଆତଙ୍କ , ଜଣେ ନାବାଳିକା ମୃତ

mahabharatanews

ଆଜି ଅଭିମାନିନୀ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନେଇବେ ମହାପ୍ରଭୁ

mahabharatanews

ପୁରୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews