Uncategorized

ଜୀବନ୍ତ ପୋତି ଦେଇଥିଲେ ଦୁର୍ବୃତ୍ତ, ଜୀବନ ବଞ୍ଚାଇଦେଲା କୁକୁର

ଆଗ୍ରା : ଯୁବକଙ୍କୁ ବଞ୍ଚାଇଦେଲେ ବୁଲା କୁକୁର । ସଠିକ ସମୟରେ ବୁଲା କୁକୁରଙ୍କୁ ଦେବଦୂତ ଭାବରେ ପଠାଇଲେ ଭଗବାନ୍ । ଚାରି ଜଣ ଲୋକ ଜଣେ ଯୁବକଙ୍କୁ ମାରପିଟି କରିବା ପରେ ମରିଯାଇଥିବା ଭାବି ଜୀବନ୍ତ ପୋତି ଦେଇଥିଲେ । ହେଲେ ସୌଭାଗ୍ୟବଶତଃ ବୁଲା କୁକୁରମାନେ ମାଟି ଖୋଳି ଯୁବକଙ୍କୁ ନୂଆ ଜୀବନ ଦେଇଛନ୍ତି । ଉତ୍ତର ପ୍ରଦେଶର ଆଗ୍ରା ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯୁବକ ଜଣକ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତ ଜଣକ ହେଲେ ରୁପ କିଶୋର। ରୁପ କିଶୋର ପୁଲିସ୍ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ,ଅଙ୍କିତ, ଗୌରବ, କରଣ ଓ ଆକାଶ ନାମକ ୪ ଯୁବକ ତାଙ୍କୁ ଘରୁ ଉଠାଇ ନେଇ ଆଗ୍ରାର ଆରଟୋନି ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ, ଫଳରେ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ଏହାପରେ ସେ ମରି ଯାଇଥିବା ଭାବି ମାଟି ଖୋଳି ପୋତି ଦେଇଥିଲେ।

ତେବେ କିଛି ବୁଲା କୁକୁର ମାଟି ଖୋଳି ତାଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ ତାଙ୍କୁ କାମୁଡ଼ିବାରୁ ତାଙ୍କ ଚେତା ଫେରିଥିବା କହିଥିଲେ ରୁପ କିଶୋର । ଏହାପରେ ସେ ମାଟି ତଳୁ ବହୁ କଷ୍ଟରେ ବାହାରି ନିକଟସ୍ଥ ଗାଁକୁ ଯାଇଥିଲେ । ସେଠାକାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ।

Related posts

ଇରାନର ମିସାଇଲ ମାଡ ପରେ… ଟ୍ରମ୍ପ କହିଲେ ଅଲ୍ ଇଜ୍ ୱେଲ୍

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ମଖତ୍ନ

mahabharatanews

ଦେଶରେ କରୋନା ମୃତ୍ୟୁ ୫୪୩ ଛୁଇଁଲା

mahabharatanews