ବିଶ୍ୱ

ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ, ୧୪ ପୁଲିସକର୍ମୀଙ୍କ ସମେତ ୧୦୦ ମୃତ

ଢାକା : ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ । ଚାକିରୀ ସଂରକ୍ଷଣ ବନ୍ଦ କରିବା ସହ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି । ସତ୍ତାରୂଢ଼ ଦଳର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଲାଗିଥିବା ହିଂସାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଶହ ଶହ ଲୋକ ଆହତ ହୋଇଛନ୍ତି। ପରିସ୍ଥିତି ଏତେ ଖରାପ ଯେ ସମଗ୍ର ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି ଏବଂ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା। ତେବେ ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ ଈଘଚ ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା ।

ଏହି ବିକ୍ଷୋଭ ସମୟରେ ସଂରକ୍ଷଣ ସମର୍ଥକ ଛାତ୍ରଗୋଷ୍ଠୀ ଓ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସମର୍ଥକଙ୍କ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ଓ ଗୁଳିମାଡ଼ କରିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ଢାକା ମୁନସିଗଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ କହିଛନ୍ତି, ବିକ୍ଷୋଭ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ସମଗ୍ର ସହର ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।

ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏକ ଜରୁରୀ ଜାତୀୟ ସୁରକ୍ଷା ବୈଠକ ଡକାଇଥିଲେ। ଏଥିରେ ପୁଲିସ, ପଦାତିକ ବାହିନୀ, ନୌସେନା, ବାୟୁସେନା ଏବଂ ଅନ୍ୟ ଅର୍ଦ୍ଧସାମରିକ ବଳର ପଦାଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଦଙ୍ଗାକାରୀଙ୍କ ଚାପରେ ବଶବର୍ତ୍ତୀ ନହେବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

Related posts

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ : ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ

mahabharatanews

ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ!

mahabharatanews

ଚୀନରେ ବଡ଼ ଧରଣର ଭୂକମ୍ପ

mahabharatanews