bharatଵାଣିଜ୍ୟ

ଷ୍ଟକ୍ ମାର୍କେଟରେ ଭୂକମ୍ପ, ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କଲା BSE

ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୬୨୭ ପଏଣ୍ଟ ଖସି ୭୯ ୩୫୪ ଓ ନିଫ୍ଟି ୫୦୨ ଖସି ୨୪୨୧୫ରେ ପହଞ୍ଚିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି ବୋଲି ସ୍ପଷ୍ଟ ଜଣାପଡୁଛି।

ନିବେଶକ ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଛନ୍ତି । ପ୍ରାରମ୍ଭିକ କାରବାର ସମୟରେ ଟାଇଟାନ ଶେୟାର ୯% ହ୍ରାସ ପାଇଛି । ବିଏସଏଫରେ ସମସ୍ତ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୧୦.୨୪ ଲକ୍ଷ କୋଟି ହ୍ରାସ ପାଇ ୪୪୬.୯୨ ଲକ୍ଷ କୋଟିରେ ପହଞ୍ଚିଛି। ସୋମବାର ଟଙ୍କା ସର୍ବକାଳୀନ ସର୍ବନିମ୍ନ ୮୩.୭୫୨୫ରେ ପହଞ୍ଚିଛି।

ବିଶ୍ୱର ଶେୟାର ବଜାରରେ ତୀବ୍ର ହ୍ରାସର ମୁଖ୍ୟ କାରଣ ଆମେରିକାର ଅର୍ଥନୀତିରେ ମନ୍ଥରତା ଭୟରେ ରହିଛି। ଜୁଲାଇରେ ଆମେରିକାରେ ନିଯୁକ୍ତି ସୃଷ୍ଟିରେ ହ୍ରାସ ଘଟିଛି। ବେକାରୀ ହାରରେ ୪.୩% ବୃଦ୍ଧି ଘଟିଛି । ମଧ୍ୟ ପୂର୍ବର ଭୌଗୋଳିକ ତିକ୍ତତା ମଧ୍ୟ ବଜାର ହ୍ରାସର ଏକ ପ୍ରମୁଖ କାରଣ।। କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି।

Related posts

Union Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାର

mahabharatanews

ଚଳିବନି ଏକଚାଟିଆ ମନୋଭାବ । ଗୁଗଲ କମ୍ପାନୀକୁ ଝଟକା

mahabharatanews

ଶ୍ରୀଲଙ୍କାରେ ବଢି ଚାଲିଛି ଆର୍ଥୀକ ସମସ୍ୟା

mahabharatanews