ପୁଣି ବେଲଗାମ୍ ସୁନା ଦର । ଦେଢ଼ ଲକ୍ଷ ମୁହାଁ ୨୨ କ୍ୟାରେଟ୍ ଗୋଲ୍ଡ । ୨୪ କ୍ୟାରେଟ୍ ସୁନା ବି ଲକ୍ଷେ ୫କ୍ଟ ହଜାର ପାର୍ ପାର୍ବଣରେ ଉପର ମୁହାଁ ସୁନା ଗ୍ରାଫ୍ । ଲଗାତର ସୁନା ରୁପା ଦର ବଢ଼ିବା କମିବା ଭିତରେ ଆଜି ପୁଣି ବଢ଼ିଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟଛି । ସୁନା ଦର ବାରମ୍ବାର ବୃଦ୍ଧି ପାଇବା ପଛରେ କେତେକ ପ୍ରମୁଖ ଆର୍ଥିକ, ଭୂ-ରାଜନୈତିକ କାରଣ ବି ରହିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅଧିକ ସୁନା କ୍ରୟ, ଭୂ-ରାଜନୈତିକ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି, ମୁଦ୍ରାସ୍ଫୀତି ଏବଂ ଆମେରିକୀୟ ଡଲାରର ଦୁର୍ବଳତା ହୋଗୁଁ ସୁନା ଦର ବଢିବାରେ ଲାଗିଛି।

ଗତ କାଲିଠାରୁ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୫୮୦ ଟଙ୍କା ବଢି ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାରେ ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୪୫୦ ଟଙ୍କା ବଢି ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କାକୁ ଛୁଇଁଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୧୯୦ ଟଙ୍କା ବଢି ୧ ଲକ୍ଷ ୧୫ ହଜାର ୮୨୦ ଟଙ୍କା ହୋଇଛି।
