bharat

ବଦଳିଯିବ ଆୟୁଷ୍ମାନ ଯୋଜନା! ମଧ୍ୟବିତ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ : ବଦଳିବ ‘ଆୟୁଷ୍ମାନ ଯୋଜନା’ର ରୂପରେଖ । ଏହି ଯୋଜନା ଆଧାରରେ ଏବେ ମଧ୍ୟବିତ୍ତଙ୍କୁ ମଧ୍ୟ ମିଳିବ ମାଗଣା ଚିକତ୍ସା ସୁବିଧା । ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର ୫ବର୍ଷରୁ ଅଧିକ ହେଲାଣି। ଏଯାବତ ଦେଶରେ ୧୦କୋଟିରୁ ଅଧିକ ଲୋକ ଏହାର ଲାଭ ପାଇସାରିଛନ୍ତି। ମାଗଣାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଦେଉଥିବା ଏହି ଯୋଜନା ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବରଦାନ ସାଜିଛି।

ଆଗାମୀ ସମୟରେ ଆୟୁଷ୍ମାନ ଯୋଜନା ଏବଂ ଏହାର ପ୍ୟାକେଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ଏହା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଧନୀ ଏବଂ ଗରିବ ସମସ୍ତଙ୍କୁ ଏହି ସୁବିଧା ଦିଆଯିବ ବୋଲି ଆଶା କରାଯାଉଛି।

ଆୟୁଷ୍ମାନ ଯୋଜନା ଅଧୀନରେ ବର୍ତ୍ତମାନ ଦେଶରେ ଅଧିକରୁ ଅଧିକ ଡାକ୍ତରଖାନା ସଂଯୋଗ ହେବ। ଛୋଟ ସହରର ଡାକ୍ତରଖାନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ, ଯାହାଫଳରେ ଲୋକମାନେ ଶୀଘ୍ର ଚିକିତ୍ସା ସୁବିଧା ପାଇପାରିବେ। ଏହା ବ୍ୟତୀତ, ଯୋଜନାର ପ୍ୟାକେଜ ସିଷ୍ଟମରେ ଉନ୍ନତି ଆଣିବାକୁ ପ୍ରସ୍ତୁତି ଚାଲିଛି ।

ବର୍ତ୍ତମାନ ଏହି ଯୋଜନା ଅଧୀନରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି, କିନ୍ତୁ ଏହାର ପରିସର ମଧ୍ୟ ବୃଦ୍ଧି କରାଯାଇପାରିବ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଏହି ପରିସର ୭ ରୁ ୧୦ଲକ୍ଷକୁ ବୃଦ୍ଧି କରାଯାଇପାରିବ।

Related posts

NEET EXAM କେନ୍ଦ୍ରରେ ପରିକ୍ଷାର୍ଥୀଙ୍କ ବଦଳରେ ପହଞ୍ଚିଥିଲେ ନକଲି ପରିକ୍ଷାର୍ଥୀ ।

mahabharatanews

କଂଗ୍ରେସ ଦୁଇ ବିଧାୟକଙ୍କ ଘରୁ ଟଙ୍କାର ପାହାଡ ମିଳିଲା

mahabharatanews

ସିବିଆଇ ହାତରେ ଧରାପଡିଲା ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ।

mahabharatanews