Accidentଓଡିଶା

ବସ୍‌-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ

କେନ୍ଦ୍ରାପଡ଼ା: ବସ୍-ତେଲ ଟ୍ୟାଙ୍କର ଧକ୍କା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗୁରୁବାର ସକାଳେ ବସ୍ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ବସ୍ଟି ଧକ୍କା ଦେଇଥିଲା। ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ପୋଲିସ ବସ୍ ଓ ତେଲ ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

mahabharatanews

ଛାତ୍ରଛାତ୍ରୀ ଘରେ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚାଇଲେ ସ୍କୁଲ ବହି

mahabharatanews

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

mahabharatanews