ଓଡିଶା

ମାସ ଶେଷ ବେଳକୁ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ

(ଭୁବନେଶ୍ୱର) : ଆସନ୍ତା ୨୫ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏବେଠାରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ବର ମାସ ଶେଷ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ,   ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ହୋଇପାରେ। ତେବେ ଲଘୁଚାପ ସୃଷ୍ଟି ପରେ ହିଁ ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି।

Related posts

ବରଗଡ଼ ଜ଼ିଲ୍ଲାରେ ଜଣେ କରୋନା ଚି଼ହ୍ନଟ ପରେ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

mahabharatanews

ଆଜି ୨୭ ଜିଲ୍ଲାରୁ ୧୨୬୪ ନୂଆ ପଜିଟିଭ ଚିହ୍ନଟ

mahabharatanews

ସ୍ୟାଣ୍ଡ ଆନିମେସନ ଫିଲ୍ଲ ମାଧ୍ୟମରେ ରଥଯାତ୍ରା ଉପସ୍ଥାପନା

mahabharatanews