ଖେଳ

‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’

ହରିୟାଣା: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗଟ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିଥିଲେ ହେଲେ କିଛି କାରଣ ଯୋଗୁଁ ସେ ଏଥିରୁ ବାଦ୍‌ ପଡିଲେ। ଏସବୁ ପରେ ମଧ୍ୟ ସେ ଜଣେ ଚାମ୍ପିୟନ ଅଟନ୍ତି।ଏହା ସହ ସେ କହିଛନ୍ତି, ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗଟଙ୍କୁ ପଦକ ବିଜେତା ଭଳି ସ୍ବାଗତ ଓ ସମ୍ମାନିତ କରାଯିବ। ଅଲିମ୍ପିକରେ ରୋପ୍ୟ ପଦକ ବିଜେତା ଭଳି ଭିନେଶ ହରିୟାଣା ସରକାରଙ୍କ ଠାରୁ ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ପାଇବେ। ଆମେ ତୁମକୁ କୃତଜ୍ଞତା ଜଣାଉଛୁ। ତୁମ ପାଇଁ ଆମେ ଗର୍ବିତ!

ସୂଚନା ଅନୁସାରେ କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭିନେଶ ଫୋଗଟ୍ । ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏଭଳି ବଡ଼ ନିଷ୍ପତ୍ତି ଭିନେଶ ଫୋଗଟ୍ । କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଭିନେଶ ଲେଖିଛନ୍ତି  ମା’ କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି । ମୋତେ କ୍ଷମା କରିବ । ତୁମ ସ୍ବପ୍ନ, ମୋ ସାହାସସବୁ କିଛି ଭାଙ୍ଗିଯାଇଛି ।  ଏହା ଠାରୁ ଏହାଠାରୁ ଅଧିକ ଶକ୍ତି ନାହିଁ ଏବେ ମାେ ପାଖରେ । ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ବାଏ ବାଏ କରିଛନ୍ତି ଭିନେଶ । ସେ ଦେଶବାସୀଙ୍କ ନିକଟରେ ଋଣି ବୋଲି ମଧ୍ୟ ଲେଖିଛନ୍ତି ।

Related posts

ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତକୁ ୩ କାଂସ୍ୟ ପଦକ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

mahabharatanews

ଏସିଆ କପ ମ୍ୟାଚରେ ଭାରତକୁ ବଡ ଶିକ୍ଷା ଦେଲେ ପାକିସ୍ତାନ, ଶ୍ରୀଲଙ୍କା

mahabharatanews