bharat

ରୌପ୍ୟ ଜିତିବା ପରେ ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦି ଲେଖିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି, ରୌପ୍ୟ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ। ସେ ଅଗଣିତ ଆଗାମୀ ଆଥଲେଟ୍ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ଏବଂ ଦେଶକୁ ଗର୍ବିତ କରିବା ପାଇଁ ପ୍ରେରଣା ଯୋଗାଇବେ। ଏହି ପୋଷ୍ଟ ସହିତ ମୋଦି ମଧ୍ୟ ନୀରଜଙ୍କ ଫଟୋ ଶେୟାର କରିଛନ୍ତି।

ସେପଟେ ନୀରଜଙ୍କ ସଫଳତା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଯାଉଛି। ନୀରଜଙ୍କ ଗାଁରେ ବି ହୋଇଛି ଜୋରଦାର ସେଲିବ୍ରେସନ। ସୁନା ନହେଲେ ନାହିଁ ରୂପା ବି କମ୍ ନୁହେଁ ବୋଲି କହିଛନ୍ତି ନୀରଜଙ୍କ ବାପା। ସେହିପରି ପୁଅ ପଦକ ଆଣି ସାରା ଦେଶକୁ ଗର୍ବିତ କରିଛି ବୋଲି ନୀରଜଙ୍କ ମା’ କହିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ। ଯେଉଁଥିରୁ ଦୁଇଟି ଜିତିଛନ୍ତି ମନୁ ଭାକର। ସୁଟିଂ ମିକ୍ସଡ ଇଭେଣ୍ଟରେ ମନୁଙ୍କ ସହ ସରବଜୋତ୍ ସିଂଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ହକିରେ ଭାରତୀୟ ଦଳ ସ୍ପେନକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିଛି।

Related posts

ଭାରତରେ ପେଟ୍ରୋଲ ରେଟ୍ ବଢି ଚାଲିଥିବାବେଳେ ପାକିସ୍ତାନରେ କମିଲା ପେଟ୍ରୋଲ ଦର ।

mahabharatanews

ଆପ୍ ନେତା ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍

mahabharatanews

ସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେ

mahabharatanews