ଓଡିଶା

ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ

ଜଗତସିଂହପୁର: ରାଜ୍ୟର ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଜଳ ବଢିବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ହୋଇଛି।  ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି । ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନ ମିଳିଛି । ସେହିପରି ତିର୍ତ୍ତୋଲ ଆଦିବାସୀ ସାହି ଓ ମଣିଜଙ୍ଗା ଗାଁରେ ବନ୍ୟା ଜଳ ପଶିଛି । ଏ-ହି ଗାଁ ର ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଘର ଛାଡ଼ି ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଅନେକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ବୁଡିଯାଇ ନଷ୍ଟ ହୋଇଛି । ଲୋକମାନେ ନିଜ ଚେଷ୍ଟାରେ ନଦୀ ବନ୍ଧରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଏଥିପ୍ରତି ସଜାଗ ଥିବା ବେଳେ ଜଳସଂପଦ ବିଭାଗ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।

Related posts

BMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

mahabharatanews

୩ ରୁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

mahabharatanews

ଘରକୁ ଫେରିବାକୁ ସାହାଯ୍ୟ ଲୋଡିଲେ ବୃଦ୍ଧା

mahabharatanews