ଓଡିଶା

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

ସମ୍ବଲପୁର : ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଚଳିତ ଖରିଫ ଋତୁ ପାଇଁ ଧାନ କିଣା । ବରେଇପାଲି ମଣ୍ଡିରେ ପୂଜାର୍ଚ୍ଚନା ପରେ ଚାଷୀଙ୍କଠାରୁ କିଣାଯାଉଛି ଧାନ । ଏ ବର୍ଷ ଚାଷୀମାନେ ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ। ପ୍ରଥମେ ୨୩ ଶହ ଟଙ୍କା ଏବଂ ଏହାର ୪୮ ଘଣ୍ଟା ଭିତରେ ୮୦୦ ଟଙ୍କା ଇନପୁଟ୍ ସବସିଡି ପାଇବେ। ସମ୍ବଲପୁର ଜିଲ୍ଲାରେ ଧାନ କିଣା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଧାନ କିଣା ଆରମ୍ଭ ହେବ ।

Related posts

ନରେନ୍ଦ୍ରକୋଣ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପୁରୀ ଜିଲ୍ଲାପାଳ

mahabharatanews

୩୦ ଜିଲ୍ଲାରୁ ୧୯୮୨ ସଂକ୍ରମିତ ଚିହ୍ନଟ

mahabharatanews

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

mahabharatanews