ପ୍ରଯୁକ୍ତିବିଶେଷ

ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ : କ୍ୟୁଆର କୋର୍ଡ ସହ ଆସିବ ପାନ୍ କାର୍ଡ

ବ୍ୟୁରୋ : ଏଣିକି ପାନ୍ କାର୍ଡ ରେ ରହିବ କ୍ୟୁଆର କୋର୍ଡ । ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ବିନା କୌଣସି ଦେୟରେ ବର୍ତ୍ତମାନର କାର୍ଡ ଗୁଡ଼ିକୁ କ୍ୟୁଆର କୋର୍ଡ ସହ ଅପ୍ଗ୍ରେଡ୍ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ଦ୍ବାରା ଲୋକଙ୍କ ପାଖରେ ସହଜ ଓ ତ୍ବରିତ ଭାବେ ସେବା ପହଞ୍ଚିବ । ଏହା ସହ ସେବା ମାନରେ ବି ଉନ୍ନତି ଆସିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

ଅପଗ୍ରେଡ ପାନ ରେ କଣ ରହିବ ଉପଭୋକ୍ତାଙ୍କ ପାଇଁ ସୁବିଧା ;
– ଏହି ପ୍ରକଳ୍ପ ପାଇଁ ରାଜକୋଷରୁ ୧୪୩୫ କୋଟି ଟଙ୍କା ଖର୍ଚ୍ଚ ହେବ
– ପ୍ରକଳ୍ପ ମାଧ୍ୟମରେ ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ
– ଲୋକଙ୍କ ପାଖରେ ସହଜରେ ସେବା ପହଞ୍ଚିପାରିବ
– ପରିବେଶ ଅନୁକୂଳ ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ
– ଭିତ୍ତିଭୂମିର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ
– ଟିକସଦାତାଙ୍କୁ ଅନେକ ପ୍ରକାରର ସୁବିଧା ମିଳିବ
– ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିପାରିବ
– ଗୋଟିଏ ସ୍ଥାନରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ

Related posts

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews

ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆରମ୍ଭ ହେବାକୁ ଯାଉଛି ମୁସଲିମ୍‌ ସମ୍ପ୍ରଦାୟର ରମଜାନ ପର୍ବ

mahabharatanews