ଓଡିଶାରାଜନୀତି

ଟାଣୁଆ ନେତା ବବିଙ୍କୁ ଗୋଟିଏ ପ୍ରଶ୍ନ

ଆଜି ରାଜରାସ୍ତାରେ ବିଜେଡି ନେତା ଓ ନେତ୍ରୀଙ୍କ ରୋଲ୍ କିଏ ବା ନଦେଖିଛି । ସବୁଜ ରଙ୍ଗର ନେତାମାନେ କେବଳ ରାଜନୀତି ନୁହେଁ, ବରଂ ଆକ୍ଟିଂରେ ମଧ୍ୟ ସେମାନେ ବଡ ବଡ କଳାକାରଙ୍କୁ ପଛରେ ପକାଇ ପାରନ୍ତି । ଯାହା ଆଜି ସେମାନେ ପ୍ରମାଣିତ କରିଦେଖାଇଛନ୍ତି । କିଏ ଚାଲି ଚାଲି ଆସି ମେଡିକାଲର ଆଇ.ସି.ୟୁରେ ଭର୍ତ୍ତି ହୋଇଛନ୍ତି ତ, ପୁଣି କିଏ ମେଡିକାଲ ବେଡରେ ଚେତାଶୂନ୍ୟ ହୋଇ ଶୋଇଛନ୍ତି । ଖାଲି ସେତିକି ନୁହେଁ, ଦଳର ନେତ୍ରାମାନେ ବି କିଛି କମ୍ ନଥିଲେ । କ୍ୟାମେରାକୁ ଦେଖି ଆମ୍ବୁଲାନ୍ସରେ ମଧ୍ୟ ନେତ୍ରୀ ଶୋଇ ପଡିଛନ୍ତି ।

ହେଲେ ଆଜିର ଭିକ୍ଷୋଭରେ ନେତୃତ୍ୱ ନେଇଥିବା ବବି ଦାସଙ୍କର ରୋଲ୍ ଥିଲା ସବୁଠାରୁ ଚମତ୍କାର ।  ସମସ୍ତଙ୍କ ନଜର ଆଜି ତାଙ୍କ ପାଖରେ ଅଟକି ରହିଥିଲା । ଚାଲି ଚାଲି ସିଡିରେ ଗଲେ, କିନ୍ତୁ ଅଳ୍ପ ସମୟ ପରେ ଆଇ.ସି.ୟୁରେ ଭର୍ତ୍ତି ହୋଇଥିବା ଫଟୋ ତାଙ୍କ ଅନୁଗତମାନେ ସେୟାର କଲେ ।

ତେବେ ସେହି ଟାଣୁଆ ନେତା ବବିଙ୍କୁ ଗୋଟିଏ ପ୍ରଶ୍ନ, ଯାଜପୁରର ପିହୁ ଘଟଣାରେ କେଉଁଠି ଥିଲେ ବବି ? ସେତେବେଳେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଥିବା ବବି ପିହୁଙ୍କୁ ନ୍ୟାୟ ଦେବାକୁ କେତେଥର ରାସ୍ତାରେ ଗର୍ଜିଥିଲେ ? ଆଉ କେଉଁଠି ଗୁରୁତର ହୋଇ, କେଉଁ ହସ୍ପିଟାଲର ଆଇ.ସି.ୟୁ ବେଡେରେ ପଡିଥିଲେ ?

Related posts

ଚାରିଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ବାଘ 

mahabharatanews

କଂଗ୍ରେସ ଛାଡିଲେ ପ୍ରଦେଶ ଅଧ୍ୟକ୍ଷଙ୍କ ସମେତ ୭ ବିଧାୟକ

mahabharatanews

ପିଲାଙ୍କୁ ବହି ବୁହାଇଲେ ସିଆରସିସି

mahabharatanews