ଭୁବନେଶ୍ୱର:- ରାଜଧାନୀରୁ ନିଖୋଜ ଟ୍ରାଫିକ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ । ମହିଳା କନେଷ୍ଟବଳଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ୨୦ଲକ୍ଷ ଟଙ୍କା ପାଇଁ ପୁରୁଷ ବନ୍ଧୁ ଜଣଙ୍କ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ।
ଘଟଣା ମୁତାବକ, ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । ଶୁଭମିତ୍ରା ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୋଲିସ ସେବା ଭବନରେ କିରାଣୀ ଭାବରେ କାର୍ଯ୍ୟରତ ଥିବା ପୁରୁଷ ବନ୍ଧୁ ଦୀପକ ରାଉତ । ମହିଳା କନଷ୍ଟେବଳ ନିଖୋଜ ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତନାଘନା କରିଥିଲା । ପ୍ରଥମରୁ ହିଁ ପୁରୁଷ ବନ୍ଧୁଙ୍କ ସନ୍ଦେହ କରିବା ସହିତ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ସମୟରେ ସାମ୍ନାକୁ ଆସିଲା ଥିଲା ଦୀପକ ଶୁଭମିତ୍ରାଙ୍କୁ ଘଟଗାଁ ନେଇ ଯାଇଥିବା ର ଏକ ଭିଜୁଆଲ୍ । ତେବେ ଗତ ୬ ତାରିଖରେ ଭୁବନେଶ୍ୱରରେ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରି ତାଙ୍କ ଡେଡ୍ବଡିକୁ କାର୍ ଯୋଗେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳକୁ ନେଇ ସେଠାରେ ଏକ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ । ମୃତଦେହ ନେଇଥିବା କାର୍କୁ ପୋଲିସ ଜବତ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି । ଉକ୍ତ ଘଟଣାର ତଦନ୍ତ ପାଇଁ ଘଟଗାଁରେ କମିଶନରେଟ୍ ପୋଲିସର ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।