ଓଡିଶା

ବିପଦରେ ଓଡ଼ିଆ ଅସ୍ମିତା, ଭାଷାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

ବିପଦରେ ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେଲା। ମାତ୍ର ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସ ବିଫଳ। ଯାହାର ଜ୍ୱଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ବସ୍ତା ପୋଲିସ କ୍ଷେତ୍ରରେ। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ବିଭାଗୀୟ ନିର୍ଦ୍ଦେଶ ନାମା ଅନୁଯାୟୀ ପୋଲିସ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ କୁ” ଦେଶ ଏକତା ଦିବସ ଭାବେ  ପାଳନ କରିବ”। ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ସହିତ ସ୍ଥାନୀୟ ଯୁବକ, ବିଭିନ୍ନ ସାମାଜିକ ସଂଗଠନକୁ ସାମିଲ କରି ଆଇନ କୁ ସମ୍ମାନ ଦେବା ଓ  ସାଧାରଣ ଲୋକ ଏବଂ ପୋଲିସ ମଧ୍ୟରେ ଥିବା  ଦୂରତ୍ବ କୁ  କମେଇ ସଚେତନ ବାର୍ତ୍ତା ଦେଇ ଗଣ ଦୌଡ କରିବା । ତେବେ ବସ୍ତା ପୋଲିସ ପଖରୁ ଖୁଦ୍ ବସ୍ତା ଥାନା ଅଧିକାରୀ ରଂଜିତ ସାହୁ , ବସ୍ତା ଏସଡିପିଓ ମାନସ ଦେଓ  ସମେତ ଅନେକ ପୋଲିସ ଅଧିକାରୀ ,କର୍ମଚାରୀ ଉପସ୍ଥିତ ଥାଇବି, ନିର୍ମିତ ବ୍ୟାନର ରେ ୩୧ ତାରିଖ ଲେଖିଥିଲେ ବି, ୩୧ ତାରିଖ ପରିବର୍ତ୍ତେ ଅକ୍ଟୋବର ୩୦ ତାରିଖରେ “ଦେଶ ଏକତା ଦିବସ କାର୍ଯ୍ୟକ୍ରମ  ପାଳନ କରିଥିଲେ”। ଯାହା ବସ୍ତା ପୋଲିସର ପାରିବା ପଣିଆ ,ଦକ୍ଷତା ସାଙ୍ଗକୁ ବିଭାଗୀୟ ନିର୍ଦ୍ଦେଶ ନାମା ପ୍ରତି  କେତେ  ସମ୍ମାନ ଓ ଆଦର ରହିଛି ତାହା ବେସ୍ ସ୍ପଷ୍ଟ ଜଣା ପଡ଼ୁଚି ।

ଏତିକିରେ କଥା ସରୁନି,ଏହି ବ୍ୟାନର ଉପରେ ଥରେ ନଜର ପକାନ୍ତୁ, କିଭଳି ଓଡ଼ିଆ ଭାଷା ଓ ସାହିତ୍ୟ କୁ କଦର୍ଥ ଓ ପଙ୍ଗୁ କରି ଦୌଡ଼ ପରିବର୍ତ୍ତେ  ଦୈଡ଼ ଲେଖା ଯାଇଛି ଓ ଶପଥ ପାଠ ବେଳେ  ଓଡ଼ିଆ ଭାଷାକୁ ପ୍ରାଥମିକତା ଦେଇଥିବା ବେଳେ , ବାବୁ କିନ୍ତୁ ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ଶପଥ ପାଠ କରାଉଛନ୍ତି। ଯାହା ବସ୍ତା ପୋଲିସ  ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା କୁ ଭୁଲିବା ସହିତ  କଦର୍ଥ କରି ଅପମାନିତ  କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related posts

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ କେୟାର ହୋମ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୀକ୍ଷା

mahabharatanews

ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

mahabharatanews

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

mahabharatanews