ଓଡିଶାଶିକ୍ଷା

ରାଜସ୍ଥାନ କୋଟାରେ ନିଟ୍‌ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ରାଜସ୍ଥାନ କୋଟାରେ ନିଟ୍‌ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ରୋଷନ ଗତବର୍ଷ ଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ ଏବଂ ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ । ଶୁକ୍ରବାର ରାତିରେ ଉଭୟ ଖାଦ୍ୟ ଖାଇଥିଲେ ଏବଂ ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ସମ୍ପର୍କୀୟ ଭାଇ କୋଚିଂ ପାଇଁ ଚାଲିଯାଇଥିଲେ । କିନ୍ତୁ କୋଚିଂ ସାରି ରୁମରେ ପହଞ୍ଚିଲା ବେଳକୁ ଭିତରୁ କବାଟ ବନ୍ଦ ଥିଲା । ଯେତେ ଡାକିଲେବି ରୋଷନ କିଛି ଉତ୍ତର ଦେଉନଥିଲେ ତେଣୁ ପୋଲିସ କୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା ଏବଂ ବେଡ ଉପରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ହଷ୍ଟେଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ରୋଶନଙ୍କ ମୃତ୍ୟୁ ହୋଇଥିବା ଖବର ତାଙ୍କ ସାଙ୍ଗମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ମୃତ ରୋଶନଙ୍କ ପରିବାର ଲୋକ ଆଜି ସକାଳେ ବିମାନ ଯୋଗେ ଯାଇ କୋଟାରେ ପହଞ୍ଚିବେ ସେମାନେ କୋଟାରେ ପହଞ୍ଚିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ ।

Related posts

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

mahabharatanews

ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

ନିଶ୍ଚିତ ମୃତ୍ୟୁରୁ ବଞ୍ଚିଲେ ୫ ଜଣ

mahabharatanews