ଓଡିଶା

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ କେୟାର ହୋମ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୀକ୍ଷା

(ଜୟନ୍ତ ସେଠି/ଗୋପ): ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କରୋନା ମୁକାବିଲା ପ୍ରସ୍ଥୁତିର ସମୀକ୍ଷା କରିଛନ୍ତି । ବାଙ୍ଗୁରୀ ଗାଁ, କାକଟପୁର, ନିମାପଡା, କୋଣାର୍କସ୍ଥିତ କୋଭିଡ ଯତ୍ନ କେନ୍ଦ୍ର ଏବଂ ବାଙ୍ଗୁରୀ ଗାଁ, ଚାରିଛକ, ନିମାପଡା ଓ ଗୋପ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବିଡିଓ, ନିର୍ବାହୀ ଅଧିକାରୀ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଡିପିଏମ୍ ଟି. ନାରାୟଣ ରାଓ ପ୍ରମୁଖ ସାମିଲ ଥିଲେ ।

Related posts

ପାହାଡ ଧସି ଟ୍ରେନ ଲାଇନରେ ବଡ଼ ବଡ଼ ପଥର , ଟ୍ରେନ ବାତିଲ

mahabharatanews

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews

ଆଜିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews