ଓଡିଶା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୫୯ଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ  ସାହୁ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୯ ( ଅଣସଠୀ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୧ ( ଏକାବନ ) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୦୮ (ଆଠ) ଗୋଟି ସାମୁହିକ ଦରଖାସ୍ତ  ଓ ୦୧ (ଏକ) ଗୋଟି  ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ  ଦରଖାସ୍ତ ଗ୍ରହଣ କରାଯାଇଥିଲା।  ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ସୋନପୁର,  ଶ୍ରୀ ସଂଜୀବ କୁମାର ସାହୁଙ୍କ  ତତ୍ୱାବଧାନରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ  ଶୁଣାଣିରେ , ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ , ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଭାରପ୍ରାପ୍ତ  ଉପ – ଜିଲ୍ଲାପାଳ, ସୋନପୁର ତଥା ଡେପୁଟି କଲେକ୍ଟର, ଶ୍ରୀ ସତ୍ୟ ସୁନ୍ଦର ରାଉତଙ୍କ  ସମେତ  ତହସିଲଦାର, ସୋନପୁର, ଶ୍ରୀମତି ଜି. ରସ୍ମିରେଖା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।

Related posts

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

mahabharatanews

କଟକ ସହରରେ ପୁଣି ୨ କରୋନା ପଜିଟିଭ

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews