ଅପରାଧଓଡିଶା

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ଉମା ଓ କୁରୁପତି

ବ୍ରହ୍ମପୁର:- ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ସାର୍ପ ସୁଟର କୁରୁପତି ଭୂୟାଁ ଏବଂ ଉମା  ବିଷୋୟୀକୁ କୋର୍ଟରେ ହାଜର କରିଛି ପୋଲିସ। ଉଭୟଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି। କୁରୁପତି ଏବଂ ଉମା ହତ୍ୟା ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ। ପୋଲିସ ସେମାନଙ୍କୁ ସୋମବାର ଗିରଫ କରିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରିଥିଲା। ଏହା ପରେ ମଙ୍ଗଳବାର ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଥିଲା। ପରେ ଦୁଇ ଜଣଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ କିନ୍ତୁ କୋର୍ଟ ଦୁଇଦିନ ପାଇଁ ଅନୁମତି ଦେଇଛନ୍ତି।

remand cc

ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁକୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ। ଏମାନଙ୍କ ମାଧ୍ୟମରେ ପୂର୍ବରୁ ଗିରଫ ହୋଇଥିବା ୧୪ ଜଣ ଲିଙ୍କ୍ ମଧ୍ୟ ଖୋଜୁଛି ପୋଲିସ। ଏହାସହ ଏହି ମାମଲାରେ ପୂର୍ବରୁ ଜେଲରେ ଥିବା ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ରିମାଣ୍ଡରେ ନେଇ ଏକାଠି ଜେରା କରିବ ପୋଲିସ।

Related posts

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ,୩୫ ମୃତ

mahabharatanews