ଓଡିଶା

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ,୩୫ ମୃତ

(ପ୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ) : ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ଅଗ୍ନିକାଣ୍ଡରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ସକାଳ ୫.୨୨ମିନଟରେ ନିଆଁ ଲାଗିଯାଇଥିଲା । ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ଲାଗିଥିବା ଘର ଭିତରେ ଫସି ରହିଥିବା ଲୋକମାନଙ୍କୁ ବାହାର କରି ଉଦ୍ଧାରକାରୀ ଟିମ୍ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଘଟଣାରେ କେତେ ଆସବାସ ପତ୍ର ଓ ସମ୍ପତି ନଷ୍ଟ ହୋଇଛି ତାର ଆକଳନ କରାଯାଇନାହିଁ । ତେବେ ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନି ।

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଏହି ଅଗ୍ନିକାଣ୍ଡକୁ ନେଇ କହିଛନ୍ତି ଯେ, ସକାଳ ୫ଟା ୨୨ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି।

Related posts

ରାଜ୍ୟରେ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

mahabharatanews

ଗୋଲଡେନ ବିଚରେ ଲକ୍ଷାଧିକ ଜେଲି ଫିସ୍

mahabharatanews

ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

mahabharatanews

Leave a Comment