ଓଡିଶା

ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା

ପାରଳାଖେମୁଣ୍ଡି:- ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା କରାଯାଇଛି ।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ଡିଜିଟାଲ ଯୁଗରେ ସାଇବର ଠକେଇ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଠକାମିରୁ କିପରି ସୁରକ୍ଷିତ ରହିବା ସେ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଉପସ୍ଥିତ ବରିଷ୍ଠନାଗରିକ ମାନଙ୍କୁ ଟ୍ରେଡିଂ, ପାର୍ସଲ ବା କଷ୍ଟମ୍ସ ଠକେଇ, ନକଲି ଋଣ, ତତ୍କାଳ କ୍ରେଡିଟ୍ ଆପ୍, ନକଲି ପରିଚୟ, ଓଟିପି, ଚାକିରି, କାମକରିବା, ଇ-କମର୍ସ ରିଫଣ୍ଡ୍, ଅଫର୍ ଠକେଇ ଆଦି କିଭଳି ଘଟୁଛି ଏବଂ କିଭଳି ତାର ପ୍ରତିକାର କରିବା ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ । ଏହା ସହ ବରିଷ୍ଠ ନାଗରିକ ମାନେ କିଭଳି ଦୈନନ୍ଦିନ ଜୀବନରେ ସୁସ୍ଥ ଏବଂ ସୁରକ୍ଷିତ ରହିବେ ସେନେଇ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ଏହି ଅବସରରେ ୭୨ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୩୦୦ ବରିଷ୍ଠ ନାଗରିକଙ୍କୁ ଛତା ଓ ଟର୍ଚ୍ଚଲାଇଟ ପ୍ରଦାନ କରାଯାଇଥିଲା ।

Related posts

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

mahabharatanews

ଆରଡି ମେଡିକାଲ ଛାତରୁ ଖସିଲା ପ୍ଳାଷ୍ଟର ଖଣ୍ଡ; ଅଳ୍ପକେ ବର୍ତ୍ତିଗଲେ ରୋଗୀ

mahabharatanews

କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ

mahabharatanews