ଓଡିଶା

ଜନ୍ମଦିନ ପାଳିବେ ନାହିଁ ସୋନିଆ

(ମହାଭାରତ, ନୂଆଦିଲ୍ଲୀ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଡିସେମ୍ବର ୯ ଅର୍ଥାତ ଆଜି ସେ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସମଗ୍ର ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ହିଂସା ଓ ଦୁଷ୍କର୍ମ ଘଟଣାକୁ ନେଇ ମହିଳାଙ୍କ ସୁରକ୍ଷା ବିଷୟ ଚିନ୍ତା କରି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦେଶର ବିଭିନ୍ନ ଭାଗରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ ସେ ଦୁଃଖିତ । ଏଣୁ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ଓ ଗଣଦୁଷ୍କର୍ମ-ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ଦେଶବାସୀ ମର୍ମାହତ ହୋଇଛନ୍ତି । ତେଣୁ କଂଗ୍ରେସ ଅଧ୍ୟକ୍ଷା ଏଭଳି ନିଷ୍ପତ୍ତି ନେଇଛନ୍ତି ।

Related posts

ରାଜ୍ୟରେ ସଂକ୍ରମଣ ହାରର ନିମ୍ନଗତି

mahabharatanews

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

mahabharatanews

ପୁରୀ ବାହାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା

mahabharatanews