ଓଡିଶାସ୍ୱାସ୍ଥ୍ୟ

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅନ୍ୟ ରୂପ। ଆଉ ସେହିପରି ଜଣେ ଦରଦୀ ନିଷ୍ଠାବାନ ଡାକ୍ତର ପାଇଁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସିଛି ସାତ ଦିନର ଶିଶୁ କନ୍ୟା। ଯାହା ଚିକିତ୍ସା କ୍ଷେତ୍ର ରେ ଏକ ବିରାଟ ସଫଳତା। ଆଉ ସେହି ଭଗବାନ ରୁପି ଡାକ୍ତର ହେଉଛନ୍ତି ଡାକ୍ତର ଅରୁଣ କୁମାର ଗିରି, ଯିଏକି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ କୁଳିଦା ପଞ୍ଚାୟତ କୁଳିଦା ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଗିରି ଓ ହେମଲତା ଗିରିଙ୍କ ସୁପୁତ୍ର ଅଟନ୍ତି।ଏବେ ସେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି।

ଗତ ଅଗଷ୍ଟ ୫ ତାରିଖ ରେ ବସ୍ତା ଥାନା, ବଳବୁଦ୍ଧି ଗ୍ରାମର ଜଣେ ସାତଦିନର ଶିଶୁ କନ୍ୟାର ମୁଣ୍ଡକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଏସ୍ଏନ୍‌ସିୟୁକୁ ନେଇଯାଇଥିଲେ। ସେହି ସମୟରେ ଡାକ୍ତର ଅରୁଣ ଡିଉଟି ରେ ଥିଲେ, ସେତେବେଳକୁ ଶିଶୁ କନ୍ୟାଟି ନିସ୍ତେଜ୍ ହେବା ସହିତ କ୍ରମଶଃ ଗୁରୁତର ହୋଇ ଯାଇଥିଲେ । ତଥାବି ସେ ନିରାଶ ନହୋଇ, ଗମ୍ଭୀର ସହକାରେ ଘଟଣା କୁ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିଥିଲେ। ପାଞ୍ଚ ଦିନ ପରେ ପିଲାଟି ଜୀବନ ବଞ୍ଚାଇ ସ୍ଵାଭାବିକ ହୋଇ ଘରକୁ ଫେରିଥିଲେ ବି, ଦୀର୍ଘ  ୨ ମାସ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ  ଚେକ୍‌ଅପ୍ କରିଥିଲେ। ଏବେ ପିଲାଟି ସମ୍ପୂର୍ଣ ସୁସ୍ଥ ଥିବା ବେଳେ, ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣ ପାଇଁ ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ “ଜାତୀୟ ନବଜାତ ସପ୍ତାହ” କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ  ସମ୍ବର୍ଦ୍ଧିତ କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ବିରଳ ସଫଳତା ଆଣିବା  ସହିତ ଉଦାହରଣ ସୃଷ୍ଟି କରି ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସହିତ, ଜନ୍ମ ମାଟି କୁଳିଦା, ବସ୍ତା ବ୍ଲକ୍, ବାଲେଶ୍ଵର ଜିଲ୍ଲା ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ  ଗର୍ବ ଗୌରବ ଆଣି ଦେଇଛନ୍ତି ।

Related posts

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା ଅଭୟାରଣ୍ୟ

mahabharatanews

ଲକଡାଉନକୁ ଅବମାନନା କରି ନିଲମ୍ବିତ

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews