ଓଡିଶା

ପାରଳାଖେମୁଣ୍ଡିରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ଫାଲଗୁନ ମାଝୀ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥିବୀ ରାଜ୍ ମଣ୍ଡଳ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରି ନିରୋଧ ଚନ୍ଦ୍ର ନାୟକ, ସି ୟୁ ଟି ଏମ୍ ର ସହକାରୀ ପ୍ରଫେସର ଡକ୍ଟର  ଅରବିନ୍ଦ ଉପାଧ୍ୟାୟ,ଓ ଏଲ ଏମ୍  ର ଡି. ପି,.ଏମ୍ ଟିମନ ବୋରା,ଡକ୍ଟର ଆଲୋକ ପ୍ରଭା ସାମନ୍ତରାୟ ପ୍ରମୁଖ ମଞ୍ଚାସିନ ଥିଲେ।

ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇ ଥିଲା।ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଧ ଚନ୍ଦ୍ର ନାୟକ  ସ୍ୱାଗତ ଭାଷଣ ଓ ଅତିଥି ପରିଚୟ  ପ୍ରଦାନ କରିଥିଲେ। ଏହି ଦିବସର ମୂଳ ଲକ୍ଷ୍ୟ ହେଲା ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି କରିବା ସହିତ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଏହି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ସଫଳ ମତ୍ସ୍ୟ ଚାଷୀଙ୍କୁ ଉତ୍ସ।ହିତ କରିବା ପାଇଁ ପୁରସ୍କାର ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ମତ୍ସ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ନିଜର ସମସ୍ୟା ଉପରେ ପଚାରି ବୁଝିଥିଲେ।ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧିକାରି କିଶୋର ଚନ୍ଦ୍ର ପତି ପରିଚାଳନା କରିଥିବା ବେଳେ ବିଭାଗର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ  ସହକାରୀ  ମତ୍ସ୍ୟ ଅଧିକାରିଣୀ ସୋନାଲି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ମଣିଷଖିଆ କୁମ୍ଭୀରର ଉତ୍ପାତ ; ମହିଳା ମୃତ 

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

 ‘ବାତ୍ୟା ନେଇ ସୂଚନା ଦେଇ ନାହୁଁ’: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର 

mahabharatanews