Accidentଓଡିଶା

ହାଇୱାକୁ ଧକ୍କା ଦେଇ 108 ଆମ୍ବୁଲାନ୍ସ୍ ଦୁର୍ଘଟଣା, ହେଲପର ମୃତ

ହାଇୱାକୁ ଧକ୍କା ଦେଲା ଆମ୍ବୁଲାନ୍ସ । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରୁ ରୋଗୀ ନେଇ ବୁର୍ଲାକୁ ଯାଉଥିବା ଏକ 108 ଆମ୍ବୁଲାନ୍ସ୍ ଯୁଯୁମୁରା ଥାନା ମହୁଲ ପାଲି ନିକଟରେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ହାଇୱା କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 108 ଆମ୍ବୁଲାନ୍ସ୍ ର ହେଲପର ମାନ ଭଞ୍ଜନ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ମୃତ ମାନ ଭଞ୍ଜନ  ବୌଦ୍ଧ ଥାନା ଲକ୍ଷ୍ମୀ ପ୍ରସାଦ ଚାରି ଶମ୍ଭୁ ନିକଟ ମନ୍ଦିର ସାହିର ବୋଲି ସୂଚନା ମିଳିଛି । ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଭୀମସାରକୁ ଯାଉଥିବା ବେଳେ  ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ହାଇୱାକୁ 108 ଆମ୍ବୁଲାନ୍ସ୍ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ୍ ର ଚାଳକ କନ୍ହେଇ କନ୍ହର ଓ ଇଏମଟି ଲକ୍ଷ୍ମଣ ବଘାର ମଧ୍ୟ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଛି ।

Related posts

ଆଙ୍ଗୁଠି କାଟିଲେ ଚିକିତ୍ସାଧୀନ ରୋଗୀ

mahabharatanews

ମଂଚେଶ୍ୱର ଥାନା ଅଧୀନ ସମେଇଗାଡ଼ିଆ ମସାଣି ନିକଟରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

mahabharatanews

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews