ଓଡିଶା

୩୬ ତମ କୋଣାର୍କ ଉତ୍ସବ ଓ ୧୫ ତମ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପୁଣି ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ମନୋମୋହିବ ଦର୍ଶକ ମାନଙ୍କର। କୋଣାର୍କ ଠାରୁ ହେଲିପ୍ୟାଡ ଓ ଚନ୍ଦ୍ରଭାଗା ଆଲୋକରେ ନବବଧୂ ପରି ଆଲୋକିତ ହେବ କୋଣାର୍କ ଉତ୍ସବ । ୩୬ ତମ କୋଣାର୍କ ଉତ୍ସବ ଓ ୧୫ ତମ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ପାଇଁ କୋଣାର୍କ ଯାତ୍ରୀ ନିବାସ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର  ୧ ତାରିଖ ଠାରୁ  ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି  ଉତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ନେଇ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ  ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ  କୋଣାର୍କ ଉତ୍ସବ ଓ ଆର୍ନ୍ତଜାତୀୟ ବାଲୁକାକଳା ଉତ୍ସବ ୨୦୨୫ର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କୋଣାର୍କ ଉତ୍ସବରେ ପାଞ୍ଚ ଦିନ ମଧ୍ୟରେ  ଓଡିଶୀ,କଥକ, ଭାରତ ନାଟ୍ୟମ, କୁଚୁପୁଡି ନୃତ୍ୟ , ମୋହିନୀ ଆଇଟମ ଓ  ଶାସ୍ତ୍ରୀୟ ସଙ୍ଗୀତର ନାମିଦାମୀ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ  ବିଭିନ୍ନ ଦେଶରୁ ଆସୁଥିବା ବାଲୁକା କଳାକାରମାନେ  ବାଲୁକା କଳା ପ୍ରଦର୍ଶନ କରିବେ ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା, ଟ୍ରାଫିକ,ପାର୍କିଙ୍ଗ ବ୍ୟବସ୍ଥା, ବିଦ୍ୟୁତ୍ ସେବା,ଆଲୋକିକରଣ, ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା,ପରିବେଶ ପରିଷ୍କାର ସହିତ ବିଭିନ୍ନ  ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା । ଏହି ବୈଠକରେ ନିମାପଡ଼ା ବିଧାୟକ ତଥା ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଏସପି ପ୍ରତୀକ ସିଂ,ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts

ଜଗନ୍ନାଥ ଧାମ ନା ରାଜନୈତିକ ନାଟକ? ଭାବନା, ବିବାଦ ଏବଂ ବିଶ୍ୱାସର ନିର୍ଣ୍ଣୟ”…

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews

ଆସନ୍ତାକାଲି ପୁରୀ-ରାଉରକେଲା ଟ୍ରାଏଲ ରନ୍

mahabharatanews