ଓଡିଶାଶିକ୍ଷା

78ତମ ଏନ.ସି.ସି ଦିବସ ପାଳନ

ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ  78 ତମ ଏନ.ସି.ସି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ଆକାଶ ବାହିନୀର ଅଧିକାରୀ ଶିବ ପଟ୍ଟନାୟକ ଯୋଗ ଦେଇ, ପତାକା ଉତ୍ତୋଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏବଂ ଏଠାରେ NCC କ୍ୟାଡ଼ରମାନେ ଉଚ୍ଚ ମାନର ପରେଡ କରିଥିଲେ ।କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମନାଲିସା ଦାସ, ଏନ.ସି.ସି ଅଧିକାରୀ ଜଗନ୍ନାଥ ପଟ୍ଟନାୟକ, ନଭାଲ ଅଧିକାରୀ  ସୋମନାଥ ଦାସ ଓ ଶିକ୍ଷକ ଡି ଶ୍ରୀରାମ ମୂର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି  ପରିଚାଳନାରେ ସହଯୋଗ କରିଥିଲେ। କ୍ୟାଡେରମାନେ କିପରି ଭାବେ ନିଜର ଭବିଷ୍ୟତ ଜୀବନରେ ଏକତା ଏବଂ ଶୃଙ୍ଖଳା ସହ ଦେଶ ଗଠନରେ ବ୍ରତୀ  ହୋଇ ପାଇ ପାରିବେ, ଅତିଥିମାନେ  ନିଜ ଅଭିଭାଷଣରେ କହିଥିଲେ। ଏହାସହ  ବିଭିନ୍ନ ପ୍ରତିଯୋଗିତାରେ କୃତୀ କ୍ୟାଡେର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related posts

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews

ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews