ଓଡିଶା

ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ଏରସମା ବ୍ଲକ୍ ଭିତର ଅନ୍ଧାରି ପଞ୍ଚାୟତସ୍ଥିତ ଶ୍ରୀ ଜଗନ୍ନାଥ ବିଦ୍ୟାମନ୍ଦିର ଉଚ୍ଚ ନୂଆଗାଁ ପରିସରରେ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ଅନୁଷ୍ଠିତ ହୋଇଛି। ଏଥିରେ ୧୧୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଆୟୋଜିତ ଉଦଘାଟନ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିବା ବେଳେ, ଅପରାହ୍ନରେ ଆୟୋଜିତ ଉଦଯାପନ ଉତ୍ସବରେ ସାଂସଦ ବିଭୂପ୍ରସାଦ ତରାଇ ଯୋଗଦେଇ କ୍ରୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ମଣ୍ଡଳ ଶିକ୍ଷାଧିକାରୀ ବିଶ୍ବମ୍ବର ମଲ୍ଲିକଙ୍କ ସଭାପତି ତ୍ବରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ପିତବାସ ଗଛାୟତ,ସହକାରୀ ଶିକ୍ଷାଧିକାରୀ ଲିଆକତ୍ ଅଲ୍ଲୀ ଖାଁ,ପ୍ରଧାନ ଶିକ୍ଷକ ଚିନ୍ମୟ ନାୟକ,ଡ଼,ଶରତ ଚନ୍ଦ୍ର ପରିଡା,ବିଜ୍ଞାନ କ୍ଳବ୍ କମିଟି ସମ୍ପାଦକ ଅଜୟ ସାହୁ,କୋଷାଧ୍ୟକ୍ଷ ଅନିଲ କୁମାର ଜେନା,ସି ଆର୍ ସି ସି ମେନକା ମଞ୍ଜରୀ ସ୍ଵାଇଁ, ଜଟାଧାରୀ ସ୍ଵାଇଁ,ଅଭୟ ପ୍ରଧାନ,ବିକାଶ କୁମାର ମାନ୍ନା,ରାଜିବ ନାୟକ ଓ ରାଜିବ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସି ଆର୍ ସି ସି ନିବେଦିତା ଜେନା ମଞ୍ଚ ସଂଯୋଜନା କରିଥିଲେ।ବରିଷ୍ଠ ଶିକ୍ଷକ ଲୋକନାଥ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।୨୦ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି ।

Related posts

ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ନେଇ ଆଲୋଚନା ପର୍ୟ୍ୟାଲୋଚନା

mahabharatanews

 ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

mahabharatanews

ମଣିଷ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

mahabharatanews