36 ତମ କୋଣାର୍କ ଉତ୍ସବ ଓ 15 ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ଠାରେ ୧ ତାରିଖ ଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା। ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ସହ ୫୦ରୁ ଉର୍ଦ୍ଧ୍ବ ଷ୍ଟଲ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଲଗାଯାଇଛି। ଏଥିରେ ବିଭିନ୍ନ ଗୃହ ବ୍ୟବହାର ଉପଯୋଗୀ ସାମଗ୍ରୀ ସହ ଘରସଜା ସାମଗ୍ରୀ ଫୁଡ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଦର୍ଶକ, ପର୍ଯ୍ୟଟକମାନେ ମନ ପସନ୍ଦର ସାମଗ୍ରୀ କ୍ରୟ ସହ ଖାଦ୍ୟ ମେଳାର ଆନନ୍ଦ ନେଉଛନ୍ତି।
ସମସ୍ତ ଷ୍ଟଲରେ ମନ ଲାଖି ଆକର୍ଷଣୀୟ ସାମଗ୍ରୀ ରହିଛି ବୋଲି କହିଛନ୍ତି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ। କୋଣାର୍କ ମଧ୍ୟ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ପାଇଁ। ଦୈନିକ ଏଠାକୁ ହଜାର ହଜାର ପର୍ଯ୍ଯଟକ ଆସୁଛନ୍ତି। ପ୍ରଥମ ଥର ଯଦିଓ ଏଠାରେ ଆମେ ଷ୍ଟଲ ଲଗାଇଛୁ ଆମର ବିଶ୍ୱାସ ଏହା ଭଲ ବ୍ୟବସାୟ ଦେବ। ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଗହଳି ମଧ୍ୟ ରହୁଛି। ଆଶାନୁରୂପ ବ୍ୟବସାୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
