ଓଡିଶା

ଜଳବାୟୁ ପରିବର୍ତ୍ତନ ଉପରେ ନିଆରା ପ୍ରୟାସର ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା ଟାଉନହଲ ଠାରେ କନ୍ଧମାଳ ଜିଲ୍ଲା ଗ୍ରାମବିକାଶର ଜଳବାୟୁ ପରିବର୍ତ୍ତନ ଉପରେ ନିଆରା ପ୍ରୟାସର ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ନେଇ ଏକ ସିନେମା ମାଧ୍ୟମରେ କିଭଳି ପୃଥିବୀରେ ଦିନକୁ ଦିନ ଜଳବାୟୁ ର ପରିବର୍ତ୍ତନ ଘଟିବାରେ ଲାଗୁଛି ତାହା ଉପରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାଯ୍ୟକ୍ରମରେ ମୂଖ୍ୟ ଅତୀଥି ଭାବରେ ବାଲିଗୁଡା ବନବାସୀ ସେବାସମିତି ର ରବିନ୍ଦ୍ର କୁମାର ପଣ୍ଡା , ଗ୍ରାମବିକାଶର  ଜିଲ୍ଲା ମ୍ଯାନେଜର ଶ୍ରୀ ବିଶ୍ବଜିତ ଯୋଗଦାନ କରିଥିଲେ ।ଏହି ସିନେମା ମାଧ୍ୟମରେ   ଜଳବାୟୁ ପରିବର୍ତ୍ତନ ଦ୍ବାରା ପୃଥିବୀରୁ କିପରି ଜୀବଜନ୍ତୁୁ ,ବୃକ୍ଷ ଲତା ଦିନକୁ ଦିନ ଲୋପ ପାଇବାବୁ ଲାଗିଛି ତାହା  ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।ଏହି ସିନେମା ଦେଖିବାକୁ ଛାତ୍ରଛାତ୍ରୀ ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Related posts

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ନାଳରେ ବୁଡି ଯୁବକ ମୃତ

mahabharatanews