ଓଡିଶା

ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ

ନବରଙ୍ଗପୁର ଜିଲ୍ଲାର ଐତିହାସିକ କଳା ଓ ସଂସ୍କୃତିର ଗଣ ପର୍ବ ତଥା ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ,ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗଣଶିକ୍ଷା  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ଝରିଗାଁ ବିଧାୟକ ନରସିଂହ ଭତ୍ରା,କଟପାଡ଼ ବିଧାୟକ ରୁପୁ ଭତ୍ରା,ଜିଲ୍ଲାପାଳ ଡଃ ମହେଶ୍ବର ସ୍ବାଇଁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।ଦୀର୍ଘ ୩ ଦିନ ଧରି  ମଣ୍ଡେଇ ଓ ୨ ଦିନ ଧରି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ରହିଥିବା ବେଳେ ତୃତୀୟ ଦିନରେ ଓଲିଉଡର ଗାୟକ ଶଶାଙ୍କ ଶେଖର ଏବଂ ହାସ୍ୟ  କଳାକାର  ପ୍ରଜ୍ଞା ରଞ୍ଜନ ଖଟୁଆ ଦର୍ଶକ ମାନଙ୍କୁ ନାଚ ଗୀତରେ ଓ ଅଭିନୟରେ  ଦର୍ଶକ ମାନଙ୍କୁ ଝୁମାଇ ଥିଲେ।ଐତିହାସିକ ଗଣ ପର୍ବ ମଣ୍ଡେଇରେ ମିନା ବଜାର ସହ ବହୁ ରକମ ରକମ ଜିନିଷ ପତ୍ର ଆସିଥିବା ବେଳେ ହଜାର ହଜାର ଲୋକ ନାଚଗୀତ ର ଉପଭୋଗ କରିବା ସହ ଜିନିଷ ପତ୍ର କିଣାବିକା ରେ ଓ ଖାଇବାରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା।ବହୁ ଶାନ୍ତି ଶୃଙ୍ଖଳା ଭାବେ ଲୋକମାନେ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Related posts

ଟ୍ରକରେ ଇଟା ବୋଝେଇ କରୁଥିବା ବେଳେ ୨ ଓଡିଆ ଦାଦନ ଯୁବତୀଙ୍କ ମୃତ୍ୟୁ

mahabharatanews

ଆଂଶିକ କମିଲା ହୀରାକୁଦର ଜଳସ୍ତର

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews