ଦେଶ ବିଦେଶ

ଇମ୍ରାନ୍ ଖାନ୍ ଏବଂ ପତ୍ନୀଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ହୋଇଛି ଜେଲ୍ ଦଣ୍ଡାଦେଶ । ‘ତୋଷାଖାନା-୨’ ମାମଲାରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ଏକ ସ୍ୱତନ୍ତ୍ର କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ଏହି ସଜା ପ୍ରଦାନ କରିଛନ୍ତି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ରାୱଲପିଣ୍ଡିର ଆଡିଆଲା ଜେଲରେ ଅନୁଷ୍ଠିତ ଶୁଣାଣି ସମୟରେ ସ୍ୱତନ୍ତ୍ର ବିଚାରପତି ଶାହରୁଖ ଅରଜୁମନ୍ଦ ଏହି ରାୟ ଶୁଣାଇଛନ୍ତି । ଏହି ମାମଲା ୨୦୨୧ ମସିହା ମଇ ମାସରେ ସାଉଦି ଆରବ ଗସ୍ତ ସମୟରେ ଇମ୍ରାନ୍ ଖାନଙ୍କୁ ଉପହାର ସ୍ୱରୂପ ମିଳିଥିବା ଏକ ଦାମୀ ‘ବୁଲଗାରି’ ଗହଣା ସେଟ୍ ସହ ଜଡିତ । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅତ୍ୟନ୍ତ କମ ମୂଲ୍ୟରେ କିଣାଯାଇଥିଲା । ନିୟମ ଅନୁଯାୟୀ, ଏହାକୁ ସରକାରୀ କୋଷାଗାରରେ ଜମା କରାଯାଇନଥିଲା ।

ଇମ୍ରାନ ଏହି ଦାମୀ ଗହଣା ସେଟ୍‌ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି କେହି ତାହା ରଖିବାକୁ ଚାହାନ୍ତି, ତେବେ ତାଙ୍କୁ ଏହାର ବଜାର ମୂଲ୍ୟର ଏକ ନିଶ୍ଚିତ ଅଂଶ ଦେବାକୁ ପଡେ । ସ୍ୱତନ୍ତ୍ର ବିଚାରପତି କେନ୍ଦ୍ରୀୟ ଶାହରୁଖ ଅର୍ଜୁମନ୍ଦ ୮୦ରୁ ଅଧିକ ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି । କୋର୍ଟ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୪ ଏବଂ ୪୦୯ ଅନୁଯାୟୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ, ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୫(୨) ଅନୁଯାୟୀ ୭ ବର୍ଷର ଅଲଗା ଦଣ୍ଡାଦେଶ ଦିଆଯାଇଛି । ବୁଶରା ବିବିଙ୍କୁ ମଧ୍ୟ ସମାନ ଅଭିଯୋଗରେ ୧୭ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ । ଏହା ସହିତ ଉଭୟଙ୍କ ଉପରେ ୧ କୋଟି ୬୪ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି । ଜୋରିମାନା ଅନାଦେୟ ହେଲେ ସେମାନଙ୍କୁ ଅତିରିକ୍ତ ସମୟ ଜେଲରେ କାଟିବାକୁ ପଡ଼ିବ । ଅନ୍ୟପଟେ ଇମ୍ରାନ ଖାନ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Related posts

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews

ଇଣ୍ଡୋନେସିଆର ସୁମେରୁ ପର୍ବତରୁ ଲାଭା ଉଦଗୀରଣ

mahabharatanews