ଓଡିଶା

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଫେରି ପାଇବେ ଟଙ୍କା: ମନମୋହନ

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀ ଫେରି ପାଇବେ ଟଙ୍କା । ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ । ଏନେଇ ବଡ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଲକ୍ଷାଧିକ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ଆଶାର ସଞ୍ଚାର କରିଛି । ମନମୋହନ ସାମଲ କହିଛନ୍ତି, ତଦନ୍ତ କମିସନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ୟ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ।

ପ୍ରଥମ ପର୍ୟ୍ୟାୟରେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ । ସରକାର ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ନୂତନ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନଙ୍କୁ ଜାନୁଆରି ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ “ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ବର୍ତ୍ତମାନ ତାହା ପାଳନ କରାଯାଉଛି । ପୂର୍ବରୁ ଅନେକ ଜମାକାରୀ ଟଙ୍କା ପାଇ ସାରିଛନ୍ତି ଏବଂ ବାକି ଥିବା କ୍ଷୁଦ୍ର ଜମାକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।” ଏହା ସହିତ ସେ ଆଶ୍ୱାସନା ଦେଇଛନ୍ତି ଯେ, କେବଳ କ୍ଷୁଦ୍ର ଜମାକାରୀ ନୁହଁନ୍ତି, ବରଂ ପର୍ୟ୍ୟାୟକ୍ରମେ ବଡ଼ ଜମାକାରୀଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯିବ । ଅନ୍ୟପଟେ, ଆର୍ଥିକ ସଂସ୍ଥା ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଗତ ସରକାରଙ୍କ ସମୟରୁ ଅଟକି ରହିଥିବା ପ୍ରକ୍ରିୟାକୁ ଏବେର ସରକାର ତ୍ୱରାନ୍ୱିତ କରୁଛନ୍ତି । ତେବେ ରାଜ୍ୟର ସମସ୍ତ ବଞ୍ଚିତ ଜମାକାରୀଙ୍କୁ ସଠିକ ଭାବେ ଚିହ୍ନଟ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

Related posts

ପୁରୀ ବେଳାଭୁମୀରେ ଗଣେଶଙ୍କ ବାଲୁକ ଚିତ୍ର

mahabharatanews

ଜଳ ବନ୍ଦୀରୁ ମୁକୁଳିଲେ ୨୦ପରିବାର

mahabharatanews

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews