ଓଡିଶା

ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର

ସିଲ୍ ହେଲା ସରପଞ୍ଚଙ୍କ ଘର । ବ୍ୟାଙ୍କରୁ ଲୋନ ଆଣି ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର । କପ୍ତିପଦା ବ୍ଲକ ଝିଙ୍କପଦା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ନାଏକଙ୍କ ଘର ସିଲ୍ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଆଇସିଆଇସିଆଇ ବ୍ୟାଙ୍କ ରୁ ସରପଞ୍ଚ ତ୍ରିଲୋଚନ ନାଏକ ଲୋନ ଆଣିଥିଲେ । ତେବେ ତ୍ରିଲୋଚନ ଆଣିଥିବା ଲୋନ ପରିଶୋଧ କରି ନ ଥିବା ବେଳେ ବାରମ୍ବାର ବ୍ୟାଙ୍କ ପକ୍ଷରୁ ନୋଟିସ ହୋଇଥିଲା କିନ୍ତୁ ସେ ତାହାର ଉତ୍ତର ଦେଇ ନ ଥିଲେ । ଆଉ ଯେଉଁଥି ପାଇଁ ବ୍ୟାଙ୍କ ବାଧ୍ୟ ହୋଇ ତାଙ୍କ ଆଲିସାନ କୋଠାକୁ ସିଲ୍ କରିଥିଲା । ସୂଚନା ମୁତାବକ ୧୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବକେୟା ଥିବାରୁ ସରପଞ୍ଚ ତ୍ରିଲୋଚନ ନାଏକଙ୍କ ଘରକୁ ପୋଲିସ ଉପସ୍ଥିତିରେ ସିଲ୍  କରିବା ସହିତ ନିଜ ଅକ୍ତିଆର କୁ ନେଇଛି ।

Related posts

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews

କାର୍ଯ୍ୟରେ ଅବହେଳା: ଦୁଇ ବନ କର୍ମଚାରୀ ନିଲମ୍ବିତ

mahabharatanews

ନିୟନ୍ତ୍ରଣ ବଦଳରେ ସଚେତନତାକୁ ଗୁରୁତ୍ୱ

mahabharatanews