ଓଡିଶା

ଦିନ ୧୧ଟାରେ ଆଲୋଚନା କରିବେ ଘରୋଇ ବସ୍ ମାଲିକ ସଂଘ 

(ଭୁବନେଶ୍ୱର) : ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ହେବ ଆଲୋଚନା । ଲକ୍ଷ୍ମୀ ବସ୍ ଚଳାଚଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ବସ୍ ମାଲିକ ସଂଘ । ଏହାକୁ ବିରୋଧ କରି ମାଲିକ ସଂଘ ରଖିଥିବା ଦାବି ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ । ଦିନ ୧୧ଟା ବେଳେ ଖାରବେଳ ଭବନରେ ଏହି ଆଲୋଚନା ହେବ ।

ସୂଚନାନୁଯାୟୀ, ବ୍ଲକ ରୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହା ପରେ ଗତ ୨୦ତାରିଖ (ଶୁକ୍ରବାର) ଦିନ ଘରୋଇ ବସ୍ ଚଳାଚଳ ବନ୍ଦ କରିଥିଲେ ମାଲିକ ସଂଘ ।

Related posts

ବୋଲବମ ଯାତ୍ରା ବନ୍ଦ ପାଇଁ ହିଞ୍ଜିଳି ତହସିଲର ବିଜ୍ଞପ୍ତି

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews

ମହୁ ମାଛି ନେଇଗଲା ୨ଜଣଙ୍କ ଜୀବନ

mahabharatanews