ଓଡିଶା

ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର

ସିଲ୍ ହେଲା ସରପଞ୍ଚଙ୍କ ଘର । ବ୍ୟାଙ୍କରୁ ଲୋନ ଆଣି ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର । କପ୍ତିପଦା ବ୍ଲକ ଝିଙ୍କପଦା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ନାଏକଙ୍କ ଘର ସିଲ୍ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଆଇସିଆଇସିଆଇ ବ୍ୟାଙ୍କ ରୁ ସରପଞ୍ଚ ତ୍ରିଲୋଚନ ନାଏକ ଲୋନ ଆଣିଥିଲେ । ତେବେ ତ୍ରିଲୋଚନ ଆଣିଥିବା ଲୋନ ପରିଶୋଧ କରି ନ ଥିବା ବେଳେ ବାରମ୍ବାର ବ୍ୟାଙ୍କ ପକ୍ଷରୁ ନୋଟିସ ହୋଇଥିଲା କିନ୍ତୁ ସେ ତାହାର ଉତ୍ତର ଦେଇ ନ ଥିଲେ । ଆଉ ଯେଉଁଥି ପାଇଁ ବ୍ୟାଙ୍କ ବାଧ୍ୟ ହୋଇ ତାଙ୍କ ଆଲିସାନ କୋଠାକୁ ସିଲ୍ କରିଥିଲା । ସୂଚନା ମୁତାବକ ୧୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବକେୟା ଥିବାରୁ ସରପଞ୍ଚ ତ୍ରିଲୋଚନ ନାଏକଙ୍କ ଘରକୁ ପୋଲିସ ଉପସ୍ଥିତିରେ ସିଲ୍  କରିବା ସହିତ ନିଜ ଅକ୍ତିଆର କୁ ନେଇଛି ।

Related posts

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews

ଓଡ଼ିଶାରେ ବଢୁଛି ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା

mahabharatanews

ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ; ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା

mahabharatanews